ମୁଖ୍ୟମନ୍ତ୍ରୀ ଙ୍କ କଡ଼ା କାର୍ଯ୍ୟନୁଷ୍ଠାନ, ଯାଜପୁର ପଳିଟିସିକଲ୍ କଲେଜ ରେ ୩ ଜଣ ଅଧ୍ୟାପକ ନିଲମ୍ବିତ ।Mohan Majhi Action





ଭୁବନେଶ୍ୱର  ଶୃଙ୍ଖଳାହୀନତାକୁ ବରଦାସ୍ତ କରିବେନାହିଁ ମୋହନ ସରକାର। ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।


ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ୩ ଜଣ ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।କେଉଁମାନେ ନିଲମ୍ବିତ ହେଲେ?

ନିଲମ୍ବିତ ହୋଇଥିବା ଅଧ୍ୟାପକମାନେ ହେଲେ:

1. ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା

2. ଅଧ୍ୟାପକ ସନ୍ଦୀପ ମହାପାତ୍ର

3. ଅଧ୍ୟାପିକା ପି. ଆରାଧନା


କଣ ଥିଲା ଅଭିଯୋଗ?

CMO ରିପୋର୍ଟ ଅନୁସାରେ, ଅକ୍ଟୋବର ୨୬ ତାରିଖରେ ଏକ ବୈଠକ ସମୟରେ ଏହି ୩ ଜଣ ଅଧ୍ୟାପକଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଓ ହାତାହାତି ହୋଇଥିଲା। ଛାତ୍ରଛାତ୍ରୀଙ୍କ ସାମ୍ନାରେ ଏଭଳି ଅଶୋଭନୀୟ ଆଚରଣ କରି ଶିକ୍ଷାନୁଷ୍ଠାନର ଗାରିମାକୁ କ୍ଷୁର୍ଣ୍ଣ କରିଥିଲେ। 0aae


ଶିକ୍ଷକତା ଭଳି ମହାନ ବୃତ୍ତିରେ ଥାଇ ଏଭଳି ଅଶୃଙ୍ଖଳିତ ଆଚରଣ ଗ୍ରହଣୀୟ ନୁହେଁ ବୋଲି CMO ପକ୍ଷରୁ କୁହାଯାଇଛି। ଏହା ଶିକ୍ଷାନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଛି।


ମୁଖ୍ୟମନ୍ତ୍ରୀ ଏମାନଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 


Comments

Popular posts from this blog

Jai Maa Bhadrakali: Goddess Appears in Singha Bahini Besha on 4th Day of Kali Puja in Bhadrak

Maa Bhadrakali Jagaddhatri Besha Darshan | Maha Yajna 5th Day | Bhadrak | PN Fast News