ପ୍ରତି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବନ୍ଦ। ପାଣି ପାଇଁ ହାହାକାର ସରକାର ଧ୍ୟାନ ଦେବେ କି ?
ଓଡ଼ିଶାର ପୂର୍ବତନ ସରକାର ପ୍ରତି ଗାଁ କୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିଥିଲେ। ବସୁଧା ଯୋଜନା ଓ ଜଳ ଜୀବନ ମିଶନ ମାଧ୍ୟମରେ ଘରେ ଘରେ ପାଇପ ପାଣି ପହଞ୍ଚିଥିଲା।
କିନ୍ତୁ ଏବେର ସରକାରରେ ତାହା କାର୍ଯ୍ୟକାରୀ ହେଉନାହିଁ। ଅନେକ ଗାଁ ରେ ପାଇପ ଅଛି, ପାଣି ନାହିଁ। ମୋଟର ଖରାପ, ପାଇପ ଫାଟିଛି, ରକ୍ଷଣାବେକ୍ଷଣ ହେଉନାହିଁ।
ସେଥି ଲାଗି ପ୍ରାୟେକ ଗାଁ ରେ ଲୋକେ ପୁଣି ପାନୀୟ ଜଳ ଯୋଗାଣ ଲାଗି ଦାବି କରୁଛନ୍ତି। ମହିଳାମାନେ ଦୂର ଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି।
ସରକାର ତଥା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବେ କି? ଏହା ହେଉଛି ବଡ଼ ପ୍ରଶ୍ନ।
✍️ Prasanna Nana, PN Fast News
Comments
Post a Comment